ମାସେ ବଢ଼ିଲା ପୁରୀ ସ୍ୱର୍ଗଦ୍ୱାର କଟକଣା । ସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲାର ଲୋକଙ୍କ ଲାଗି ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ ଲଗା ଯାଇଥିବା କଟକଣା ଆଉ ଏକ ମାସ ପାଇଁ ବୃଦ୍ଧି କରାଯାଇଛି। ସେପଟେମ୍ବର ଶେଷ ପର୍ଯ୍ୟନ୍ତ ବାହାର ଜିଲ୍ଲାର ଲୋକେ ସ୍ବଗଦ୍ବାରରେ ଶବଦାହ କରିପାରିବେ ନାହିଁ। କେବଳ ପୁରୀ ଜିଲ୍ଳାବାସୀ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରିପାରିବେ ବୋଲି ସୂଚନା ମିଳିଛି ।

ସେପ୍ଟେମ୍ବର 30 ଯାଏଁ ସ୍ୱର୍ଗଦାରରେ ଦାହ ସଂସ୍କରଣ କଟକଣାକୁ ବୃଦ୍ଧି କରିଛନ୍ତି ପୁରୀ ଜିଲ୍ଲାପାଳ। କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି କଠୋର ନିଷ୍ପତ୍ତିକୁ ପୁଣି ସେପଟେମ୍ବର ମାସ ଲାଗି ବଳବତ୍ତର ରଖିଛି । ଏହାରି ମଧ୍ୟରେ ରାଜ୍ୟରେ ଅନଲକ ୪ ଲାଗୁ ହୋଇଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ ।

LEAVE A REPLY

Please enter your comment!
Please enter your name here