ଆଉ ନାହାଁନ୍ତି ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । ମହାମାରୀ କରୋନା ଯୁଦ୍ଧରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସିନିୟର କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନ । କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରବୀର । ତେବେ କରୋନା ସହ ଲଢେଇ କରି ଆଖି ବୁଜିଦେଇଛନ୍ତି ଏହି ଯୋଦ୍ଧା । ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି ଏଇ କିଛି ଦିନ ତଳେ ସେ ତାଙ୍କ ବାପାଙ୍କୁ ହରାଇଥିଲେ । କରୋନାରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । କରୋନାରେ ଆଗପଛ ହୋଇ ଚାଲିଯାଇଛନ୍ତି ବାପା-ପୁଅ । ଏହି ଖବରକୁ ନେଇ ଏବେ ସମସ୍ତେ ମର୍ମାହତ । ସବୁଆଡୁ ଛୁଟୁଛି ଗଭୀର ଶୋକ ପ୍ରକାଶ ।