ଶନିବାରଠାରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ‘19 ତମ ରାଜଧାନୀ ପୁସ୍ତକ ମେଳା’. ଏହାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦଘାଟନ କରିବାକୁ ଥିବା ବେଳେ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନାଲ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି. ତେବେ 19 ତମ ରାଜଧାନୀ ପୁସ୍ତକ ମେଳାରେ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଝାରଖଣ୍ଡ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁ ଆଦି ବିଭିନ୍ନ ରାଜ୍ୟରୁ ପୁସ୍ତକ ପ୍ରକାଶକ, ବିତରକ ଓ ବିକ୍ରେତା ମଧ୍ୟ ଯୋଗ ଦେବେ.

LEAVE A REPLY

Please enter your comment!
Please enter your name here