ଆମେରିକା ଓ ଋଷ୍ ପରେ ଏବେ ଚୀନ୍ ମଧ୍ୟ ନିଜର ଶକ୍ତିଶାଳୀ ବମ୍ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି. ଆମେରିକାର ‘ମଦର ଅଫ୍ ଅଲ୍ ବମ୍ସ’ ଓ ଋଷ୍ ର ‘ଫାଦର ଅଫ୍ ଅଲ୍ ବମ୍ସ’ ଅପେକ୍ଷା ଚୀନ୍ ର ‘ମଦର ଅଫ୍ ଅଲ୍ ବମ୍ସ’ ଅଧିକ ଶକ୍ତିଶାଳୀ ବୋଲି ଚୀନ ଦାବି ମଧ୍ୟ କରିଛି. ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୌଣସି ପରମାଣୁ ବୋମା ପରେ ଏହା ହେଉଛି ଦ୍ୱିତୀୟ ବିପଦଜନକ ହତିଆର. ଚୀନ ପ୍ରସ୍ତୁତ କରିଥିବା ବମ୍ ଆମେରିକା ବମ୍ ତୁଳନାରେ ଅପେକ୍ଷାକୃତ ଛୋଟ ଏବଂ ହାଲକା, ମାତ୍ର ଏହା ବହୁତ ଶକ୍ତିଶାଳୀ ବୋଲି ଚୀନ କହିଛି. ତେବେ ଗତବର୍ଷ ଚୀନ ଏହି ଏଚ୍-6କେକୁ ଏୟାରକ୍ରାଫ୍ଟରୁ ତଳକୁ ଫିଙ୍ଗିଥିଲା. ଫଳରେ ତଳେ ପଡିବା ଫଳରେ ଏଥିରୁ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା. ପ୍ରଥମଥର ପାଇଁ ସାର୍ବଜନୀନ ଭାବେ ଚୀନ କମ୍ପାନୀ ନୋରିନ୍କୋ ଏହି ବମ୍ ପରୀକ୍ଷଣର ଏକ ଭିଡିଓକୁ ନିଜ ୱେବସାଇଟରେ ପୋଷ୍ଟ ମଧ୍ୟ କରିଛି.

 

LEAVE A REPLY

Please enter your comment!
Please enter your name here