ଆଜି ଅକ୍ଟୋବର ୨ । ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ । ଆଜିର ଦିନର ୧୮୬୯ ମସିହାରେ ଗୁଜୁରାଟର ପୋର ବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ ବାପୁ । ଦେଶରେ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ସତ୍ୟ ଏବଂ ଅହିଂସା ମହାତ୍ମା ଗାନ୍ଧୀଙ୍କର ଥିଲା ଦୁଇ ମୁଳମନ୍ତ୍ର । ଏହି ଦୁଇ ଶକ୍ତିବଳରେ ଦେଶ ପାଇଁ ସ୍ୱାଧିନତା ଆଣିଥିଲେ ବାପୁ । ଗାନ୍ଧି ଜୟନ୍ତି ଅବସରରେ ଆଜି ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାତ୍ମା ଗାନ୍ଧିଙ୍କ ଜୟନ୍ତି ଅବସରରେ ପୁରୀ ବେଳାଭୂମୀରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟରରେ ଲେଖିଛନ୍ତି ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧା-ସୁମନ ଅର୍ପଣ କରୁଛି । ସତ୍ୟ, ଅହିଂସା ଓ ପ୍ରେମର ତାଙ୍କର ବାର୍ତ୍ତା ସମାଜରେ ପ୍ରେରଣ କରି ବିଶ୍ୱର କଲ୍ୟାଣ ରାସ୍ତା ପ୍ରଶସ୍ତ ହେଉ । ଗାନ୍ଧିଜୀ ସଂପୂର୍ଣ୍ଣ ମାନବତାର ପ୍ରେରଣା-ସ୍ରୋତ । ସେହିପରି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜନ୍ମଦିନ ।

LEAVE A REPLY

Please enter your comment!
Please enter your name here