ଆଡମିସନ ପାଇଁ ଅନଲାଇନ ଟିସି ମାଗିଲେ ପ୍ରଧାନ ଶିକ୍ଷୟିତ୍ରୀ । ବାପା କୃଷ୍ଣଚନ୍ଦ୍ର ପଣ୍ଡା ଅନଲାଇନ ଟିସି ପାଇଁ ଚେଷ୍ଟା କରି ନିରାଶ ହେଲେ । ଶେଷରେ ସ୍କୁଲ ସାମନାରେ ପୁଅ ଶିବ ଶଙ୍କର ପଣ୍ଡା ସ୍କୁଲ ଯୁନିଫର୍ମ ପିନ୍ଧି ଚଣା, ମୁଢି ବିକିବା ଆରମ୍ଭ କରିଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସିର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ମିଳିଥିବା ସୂଚନା ଅନୁଯାୟୀ, କୁମାରୀ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ ଶିବ ଶଙ୍କର ଚଢେଆପଲ୍ଲୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲା । ମାତ୍ର ଘରଠାରୁ ସ୍କୁଲର ଦୂରତା ଅଧିକ ଥିବାରୁ ତାଙ୍କ ବାପା କୃଷ୍ଁଚନ୍ଦ୍ର ପଣ୍ଡା ଟିସି ଆଣି ଗାଁ ପାଖ ସ୍କୁଲରେ ନାମ ଲେଖାଇବାକୁ ଯାଇଥିଲେ । ମାତ୍ର କୁମାରୀ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅନ ଲାଇନ ସାର୍ଟିଫିକେଟ ଆଣିବାକୁ କହି ଆଡମିସନ କରି ନ ଥିଲେ । ଗତ 13 ତାରିଖରେ ଏହି ଘଟଣା ଘଟିଥିଲେ ହେଁ କୃଷ୍ଣଚନ୍ଦ୍ର ଅନଲାଇନ ସାର୍ଟିଫିକେଟ ନ ପାଇବାରୁ ପୁଅ ସ୍କୁଲ ଆଗରେ ଚଣା, ମୁଢି ବିକି ପ୍ରତିବାଦ ଜଣାଇଥିଲା । ଏଙି ଖବର ଏବେ ଭାଇରାଲ ହେବା ପରେ ସ୍କୁଲରେ ନାଁ ଲେଖାଇବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ବାପା କୃଷ୍ଣଚନ୍ଦ୍ରଙ୍କୁ ସ୍କୁଲକୁ ଆସି ଆଡମିସନ କରାଇବାକୁ ଡାକିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here