ଠିକାଦାର ଓ ସରକାରୀ କର୍ମୀଙ୍କ ମଧୁ ଚନ୍ଦ୍ରିକା ପାଇଁ ଅନେକ ସମୟରେ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବାର ନଜରକୁ ଆସୁଥିବା ପୁରୀ ଜିଲ୍ଲାରୁ ଆସିଛି ସେହି ସମାନ ଅଭିଯୋଗ | ପୁରୀ ଜିଲ୍ଲା ଗୋପ ବ୍ଲକର କୁଶଭଦ୍ରା ସେତୁ କାମ ନିର୍ମାଣ ହେବାର ୨ମାସ ବିତି ନଥିବା ବେଳେ ସେତୁର ଆପ୍ରୋଚ ରାସ୍ତା ଭୁଶୁଡିବା ସହିତ ମରଣଯନ୍ତା ପାଲଟି ଯାଇଛି | ରାସ୍ତା ମଝିରେ ସୁଡ଼ଙ୍ଗ ମାନ ସୃଷ୍ଟି ହୋଇଛି | ଯାହାକୁ ନେଇ ସ୍ତାନୀୟ ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି | ଏନେଇ ସ୍ଥାନୀୟ ଅଂଚଳବାସୀ ପୂର୍ତ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି | ଏହି ରାସ୍ତା ସିଧାସଳଖ ଜଗତସିଂପୁର, କେନ୍ଦ୍ରାପଡା ଓ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ଦୈନଦିନ ଶହ ଶହ ଗାଡି ମଟର ଯିବା ଆସିବା କରୁଛି | ଆଗକୁ କିଛି ବଡ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ପୂର୍ତ ବିଭାଗ ତଦନ୍ତ କରି ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି |

LEAVE A REPLY

Please enter your comment!
Please enter your name here