ପେଟକୁ ମୁଠାଏ ଦାନା ଏବଂ ପରିବାର ଭରଣ ପୋଷଣ ପାଇଁ ବହୁ ଓଡିଆ ଶ୍ରମିକ ଭିଟାମାଟି ଛାଡୁଛନ୍ତି । ପଡୋଶୀ ରାଜ୍ୟରେ ଦାଦନ ଖଟି ଦିପଇସା ରୋଜଗାର କରିବା ବେଳେବେଳେ ଏମାନଙ୍କ ପାଇଁ ମହଙ୍ଗା ପଡିଯାଉଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଭୋର୍ତ୍ତା ଗାଁର ୧୨ ଜଣ ଶ୍ରମିକ ଆନ୍ଧ୍ର ପ୍ରଦେଶ ବିଜୟାନଗରମ୍‌ର ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ । ଦୀର୍ଘ ଦୁଇ ମାସ କାମ କରିବା ପରେ ମଧ୍ୟ ମାଲିକ ଦରମା ଦେଇ ନଥିଲା । ଦରମା ଟଙ୍କା ମାଗିବାରୁ ମାଲିକ ଜଣଙ୍କ ଆଙ୍ଗୁଳି କାଟି ଦେଇଥିବା ବେଳେ ଅନ୍ୟ ଜଣଙ୍କ ଉପରେ ଏସିଡ଼୍‌ ମାଡ କରିଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଏମିତି ନିର୍ଯାତନା ଦିଆଯାଇଛି ।
ଏସିଡ଼୍‌ ପୀଡ଼ିତଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ୫ ଜଣ ଖସି ପଳାଇ ଆସିଥିବାବେଳେ ସେଠାରେ ଆହୁରି ୭ ଜଣ ଫଶି ରହିଥିବା ଜଣାପଡ଼ିଛି । ଶ୍ରମିକମାନେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟମାନଙ୍କୁ ଯଥାଶୀଘ୍ର ସେଠାରୁ ଉଦ୍ଧାର କରିବା ସହିତ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here