ରାୟଗଡ଼ା ସହରର ଏକ ଭଡ଼ା ଘରୁ ସେକ୍ସ ରାକେଟ୍‌ ଠାବ । ରାତିରେ ପାଟ୍ରୋଲିଂ କରୁଥିବା ବେଲେ ସୂଚନା ପାଇ ପୁଲିସ ଉକ୍ତ ଭଡାଘରେ ଚଢ଼ଉ କରିଥିଲା . ସାଇପ୍ରିୟା ନଗର ଅଞ୍ଚଳର ଉକ୍ତ ଭଡା ଘରେ ଚଢ଼ଉ କରି ପୋଲିସ ଜଣେ ମହିଳାଙ୍କୁ ଉଦ୍ଧାର କରିବା ସହିତ ୬ ଜଣକୁ ଗିରଫ କରିଥିଲା। ସେମାନେ ହେଲେ ସେକ୍ସ ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ଗଞ୍ଜାମର ଚନ୍ଦନ କୁମାର ଚୌଧୁରୀ, କଲ୍ୟାଣସିଂପୁରର ଅମିତ କୁମାର ଲାୟା, ବୀରେନ‌ ଲାୟା, ରଣପୁରର ଦୁଃଖିଶ୍ୟାମ କର, ଦେବଗଡ଼ର ଜଗନ୍ନାଥ ନାୟକ ଓ ଡ୍ରାଇଭର ଶିବରାମ ଡାକୁଆ। ପୁଲିସ ଏମାନଙ୍କୁ ଗିରଫ କରି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରିଛି । ପୁଲିସ ଘଟଣାସ୍ଥଳରୁ ଏକ କାର‌, ବାଇକ, ୭ଟି ମୋବାଇଲ, ନଗଦ ଟଙ୍କା ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

LEAVE A REPLY

Please enter your comment!
Please enter your name here