ଆଉ 28 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 103କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା 28 ଜଣଙ୍କ ମଧ୍ୟରୁ 18 ଜଣ ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ଓମାନ ଓ ଇଥିଓପିଆରୁ, ଆବୁଧବିରୁ 3 ଜଣ, ଦୁବାଇରୁ 2 ଜଣ, UAE ରୁ 3 ଜଣ ଆସିଛନ୍ତି । ଜଣେ ଲେଖାଏଁ କାଶ୍ମୀର ଓ ମୁମ୍ବାଇ ଫେରନ୍ତା । 8 ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ତେବେ ଆଜି ଚିହ୍ନଟ 28 ଜଣଙ୍କ ମଧ୍ୟରୁ ସର୍ବାଧିକ 12 ଜଣ ଜଗତସିଂହପୁରର ହୋଇଥିବା ବେଳେ ବାଲେଶ୍ୱର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ 3 ଜଣ ଲେଖାଏଁ, କଟକରୁ 2 ଜଣ, ଖୋର୍ଦ୍ଧା, ଯାଜପୁର ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଏବେ 5 ହଜାର ପାଖାପାଖି ହେଲାଣି । କରୋନାର ତୃତୀୟ ଲହରରେ ସଂକ୍ରମଣ ବହୁତ ଶୀଘ୍ର ବ୍ୟାପୁଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏବେ ଚିହ୍ନଟ ହେଉଥିବା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରେ ଯଦିଓ ବିଦେଶ ଫେରନ୍ତା ରହିଛନ୍ତି, ତେବେ ଅନେକ ଲୋକାସ କେସ୍ ଚିହ୍ନଟ ହେଉଥିବାରୁ ଚିନ୍ତା ବଢାଇ ଦେଇଛି ।

LEAVE A REPLY

Please enter your comment!
Please enter your name here