ଚିଲିକାରେ ଶୁକ୍ରବାର ସକାଳ 6ଟାରୁ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା. 5ଟି ଜୋନରେ 21ଟି ଟିମ୍ ଦ୍ୱାରା ଏହି ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି. ଦିନ 12ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ପକ୍ଷୀଗଣନା କାର୍ଯ୍ୟକ୍ରମରେ ବନବିଭାଗର ପ୍ରାୟ 100ରୁ ଅଧିକ କର୍ମଚାରୀ ସାମିଲ ହୋଇଥିବା ସୂଚନା ମିଳିଛି. ତେବେ ପକ୍ଷୀଗଣନା ସମୟରେ ପକ୍ଷୀ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଦ୍ଧ କରାଯାଇଛି. ଏ ନେଇ ଗୁରୁବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଇଥିଲା. ତେବେ ଗତ ବର୍ଷ ଚିଲିକାକୁ 8 ଲକ୍ଷ 58 ହଜାର 855ଟି ପକ୍ଷୀ ଆସିଥିଲେ.

LEAVE A REPLY

Please enter your comment!
Please enter your name here