ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ପୁଣି ବନ୍ଦ ହୋଇପାରେ । ବାହାର ଜିଲ୍ଲାର ଲୋକଙ୍କ ପାଇଁ ବନ୍ଦ ହୋଇପାରେ ସ୍ୱର୍ଗଦ୍ୱାର । ବାହାର ଜିଲ୍ଲାର ଲୋକ ଶବଦାହ ପାଇଁ ଆସୁଥିବାରୁ ସଙ୍କ୍ରମଣ ବଢିବ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇପାରନ୍ତି । ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲାଗିପାରେ । ଯଦିବା ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଆସିନାହିଁ । କିନ୍ତୁ ପୂର୍ବବର୍ଷ ଭଳି ପଦକ୍ଷେପ ନିଆଯାଇପାରେ ।

LEAVE A REPLY

Please enter your comment!
Please enter your name here