କେମିତିକା ସ୍ୱାମୀ? ଭଲ ପାଇ ସାତ ଜନମକୁ ସାଥୀ କରିବାକୁ ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀର ହାତ ଧରିଲା । ହେଲେ ସେଇ ହାତରେ ସ୍ତ୍ରୀକୁ ଛାତରୁ ତଳକୁ ଠେଲିଲା କେମିତି? ବିବାହକୁ ୩ ବର୍ଷ ନପୁରୁଣୁ ସଇତାନ ପାଲଟିଗଲା ସ୍ୱାମୀ? ମା ଛେଉଣ୍ଡ କରିଦେଲା ୪ ମାସର ଶିଶୁକୁ? ଯାହାକୁ ଏତେ ଭଲ ପାଉଥିଲେ, ସେ ଯେ ତାଙ୍କୁ ମରଣ ମୁହଁକୁ ଠେଲି ଦେବେ ଏକଥା କେବେବି କେହି ସ୍ୱପ୍ନରେ ଭାବି ପାରୁନାହାଁନ୍ତି । ଅଭିନେତ୍ରୀ ନିକିତାଙ୍କ ମୃତୁ୍ୟ ପଛରେ ତାଙ୍କ ସ୍ୱାମୀ ଲିପନଙ୍କ ହାତ ଥିବା ସ୍ପଷ୍ଟ ହେବାପରେ ସମସ୍ତେ ଚକିତ ହୋଇଛନ୍ତି । ୨୦୧୬ ମସିହାରେ ଓଲିଉଡ ଅଭିନେତ୍ରୀ ନିକିତା ଗୋପାଳପୁରର ବାସିନ୍ଦା ଅଭିନେତା ଲିପୁନ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ବିବାହ ପରେ ଶାଶୁ ଘରେ ନିକିତାଙ୍କୁ କେହି ଭଲ ପାଉନଥିଲେ । ଶାଶୁଙ୍କ ଗଞ୍ଜଣା ସହି ନପାରି ନିକିତା ଓ ତାଙ୍କ ସ୍ୱାମୀ ଲିପନ ଭଡା ଘରେ ରହୁଥିଲେ । ପୁଅ ଜନ୍ମ ପରଠୁ ନିକିତା ବାପାଙ୍କ ପାଖରେ ଆସି ରହୁଥିଲେ । ମଝିରେ ମଝିରେ ଲିପନ ବି ତାଙ୍କ ଘରକୁ ଆସୁଥିଲେ । ମାତ୍ର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇସାରିଥିଲା । ଘଟଣା ଦିନ ଲିପନ ଓ ନିକିତାଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଘରେ ନିକିତାଙ୍କ ବାପା ମା ଥିବା ଯୋଗୁ ସେମାନେ ଛାତ ଉପରକୁ ଚାଲି ଯାଇଥିଲେ । ମାତ୍ର ଛାତ ଉପରେ ସେମାନଙ୍କ ଝଗଡା ଉଗ୍ର ରୂପ ନେଇଥିଲା । ଆଉ ତା ପରେ ସବୁ ଶେଷ ହୋଇ ଯାଇଥିଲା । ଡିସିପି ଅଖିଳେଶଙ୍କ କହିବା କଥା, ପାରିପାଶ୍ୱର୍ିକ ପରିବେଶରୁ ନିକିତାଙ୍କ ମୃତ୍ୟୁ ପଛରେ ଲିପନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି । ଛାତ ଉପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିବା ପୋଲିସ ଆଗରେ ସ୍ୱୀକାର କରିଛି ଲିପନ ।

LEAVE A REPLY

Please enter your comment!
Please enter your name here