ମଙ୍ଗଳବାର ପରି ବୁଧବାର ମଧ୍ୟ ବିଭିନ୍ନ ଶ୍ରମିକ ସଂଗଠନ ରାଜରାସ୍ତାରେ ଧର୍ମଘଟ ଆରମ୍ଭ କରିଛନ୍ତି. ଆନ୍ଦୋଳନକାରୀମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଟାୟାର ଜାଳି ଓ ବ୍ୟାନର ଧରି ପିକେଟିଂ ମଧ୍ୟ କରୁଛନ୍ତି. ମଙ୍ଗଳବାର ପ୍ରଥମ ଧର୍ମଘଟରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ବୁଧବାର ମଧ୍ୟ ସେମାନଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ. ତେବେ ଦେଶବ୍ୟାପୀ ଦିଆଯାଇଥିବା ବନ୍ଦ ଡାକରା ଫଳରେ ଯାନବାହନ ଚଳାଚଳ ସଂପୂର୍ଣ୍ଣରୂପେ ଠପ୍ ହୋଇଯାଇଛି ଏବଂ ଦୋକାନ, ବଜାର ସମେତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି. ତେବେ ରାଜଧାନୀ ଭୁବନେଶ୍ୱରରେ ଗାଡି ଚଳାଚଳ ସ୍ୱାଭାବିକ ଥିବା ବେଳେ ଦୋକାନ ସବୁ ବନ୍ଦ ଥିବା ଦେଖିବାକୁ ମିଳିଛି. ଏହାଛଡା ବିଭିନ୍ନ ରେଳ ଷ୍ଟେସନରେ ସମସ୍ତ ଟ୍ରେନ ଅଟକି ରହିଛି. ଫଳରେ ଦୂରସ୍ଥାନକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଷ୍ଟେସନରେ ସେମିତି ଅଟକି ରହିଛନ୍ତି. ଅନ୍ୟପଟେ ବ୍ରହ୍ନପୁରରେ ଷ୍ଟେସନରେ ପଲାସା-ଭୁବନେଶ୍ୱର ପାସେଞ୍ଜର ଟ୍ରେନ ଅଟକି ରହିଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here