ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ପୋଲିଂ ପାର୍ଟିକୁ ତାଲା ପକାଇଲେ ଗ୍ରାମବାସୀ । ଘଟଣା ଘଟିଛି ମାଲକାନଗିରି ଏମପିଭି-୬୫ ଗାଁରେ । ଗାଁର ଏକ ବୁଥରେ ଗତକାଲି ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀମାନେ ଇଭିଏମ ଟ୍ୟାମ୍ପରିଂ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ପ୍ରାୟ ଗାଁର କିଛି ଲୋକ ଏକାଠି ହୋଇ ବୁଥ୍ ଭିତରେ ପୋଲିଂ କର୍ମଚାରୀଙ୍କୁ ବାହାରୁ ତାଲା ପକାଇଦେଇଥିଲେ । ମାଲକାନଗିରି ଏସପି ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ପୋଲିଂ କର୍ମଚାରୀଙ୍କୁ ଛାହିଦେଇଥିଲେ ।

LEAVE A REPLY

Please enter your comment!
Please enter your name here