ଆକ୍ସନ ମୋଡରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ. ରାୟଗଡା ଗସ୍ତରେ ଆସିଥିବା ବେଳେ ମନ୍ତ୍ରୀ ଅଚାନକ କୁଟୁଳି ଓ ଉଦୟପୁରକୁ ଯାଇ ସ୍କୁଲ ପରିଦର୍ଶନ କରିଥିଲେ. ଉଦୟପୁର ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ କ୍ଷୁବଧ ହୋଇଥିଲେ ମନ୍ତ୍ରୀ. ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେନ୍ଦ୍ର ବିଭାର ଦଶବର୍ଷ ଧରି ସ୍କୁଲରେ ଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ. ସେହିପରି ସହକାରୀ ଶିକ୍ଷୟିତ୍ରୀ ସୁଜ୍ଞାନୀ ପ୍ରଧାନଙ୍କୁ ପାଠପଢାଇବାରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରୀ କରାଯ଼ାଇଛି.ସିଆରସିସି କାମଦେବ ତୁର୍କୁ ଓ ଜିଲ୍ଲା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ତୁଇକାଙ୍କ ମାସକର ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here