ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ପୁଣେ ସ୍ଥିତ Indian Institute of Tropical Metrology (IITM), ଏବଂ ଆମେରିକାର Global Forecast System (GFS)ର ସୂଚନା ଅନୁଯାୟୀ, ଏହି ସାଇକ୍ଲୋନିକ ସିଷ୍ଟମ ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here