ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ । ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକପ୍ରକାଶ କରିଛନ୍ତି । ସେ ଜଣେ ପରୋପକାରୀ ମହିଳା ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସୁଶୀଳା ଦେବୀଙ୍କ ବିୟୋଗରେ ଅନେକ ରାଜନୈତିକ ଦଳ ସହ ବିଶିଷ୍ଠ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଗତ ନଭେମ୍ବର ୧ ତାରିଖରୁ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ତାଙ୍କର ଆତ୍ମାର ସଦଗତି କାମନା କରାଯାଇଛି । ସେହିପରି ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭା ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିଭିନ୍ନ ଦଳର ନେତା । ସୁଶୀଳା ଦେବୀଙ୍କ ଉଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କୁ ସମ୍ମାନ ଜଣାଇ ବିଧାନସଭାକୁ ଦିନ ୩ଟା ଯାଏ ମୁଲତବି କରାଯାଇଛି ।

LEAVE A REPLY

Please enter your comment!
Please enter your name here