କଂଗ୍ରେସରେ ଯୋଗଦେଲେ ସ୍ୱର୍ଗତ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ସିକ୍ତା କହିଛନ୍ତି ଯେ, ମୋତେ ଗୋଟେ ଜାତୀୟ ଦଳରେ ଅଂଶ ହେବା ପାଇଁ ସୁଯୋଗ ମିଳିଛି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ ଯାତ୍ରାରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସରେ ଯୋଗ ଦେଇଛି । ଆଗକୁ ଦଳ ଯାହା ଦାୟିତ୍ୱ ଦେବ ମୁଁ ତାକୁ ତୁଲାଇବାକୁ ଚେଷ୍ଟା କରିବି । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେଇଛନ୍ତି ସିକ୍ତା । ରାଜ୍ୟ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ସିକ୍ତା ।

LEAVE A REPLY

Please enter your comment!
Please enter your name here