ଦୁର୍ନୀତି ଅଭିଯୋଗରେ ଆଉ ପାଞ୍ଚଜଣ ବାବୁଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଏହି ପାଞ୍ଚଜଣ ଅଧିକାରୀ ହେଲେ, କଳାହାଣ୍ଡି ଆଇୟୁସିଏଡବ୍ଲୁ ଡିଏସପି ରବୀନ୍ଦ୍ର ସେଠୀ, ବଣାଇର ପୂର୍ବତନ ତହସିଲଦାର ସୁଶୀଲ କୁମାର କୁଜୁର, ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ଇନସପେକ୍ଟର ବିନୋଦ ନାୟକ, ବାସୁଦେବପୁର ପୌରନିର୍ବାହୀ ଅଧିକାରୀ ତାପସ ଜେନା ଏବଂ କରଞ୍ଜିଆ ଏନଏସି ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ଜେନା । ଏପର୍ଯ୍ୟନ୍ତ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ 151 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଲେଣି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here