ଗତକାଲି କଟକରେ ଗୁଡି ମାଞ୍ଜା ସୂତାରେ ଜଣେ ନବବିବାହିତ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁରୀରେ ଜଣେ ବ୍ୟକ୍ତିଙ୍କ ବେକ ମାଞ୍ଜାସୂତାରେ ଲାଗି କଟିଯିବା ଯୋଗୁ ସେ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ କୁଣ୍ଢାଇବେଣ୍ଟ ସାହିର ଭଂଜବିହାରୀ ପାତ୍ର । ନିଜ ଅସୁସ୍ଥ ପୁଅ ପାଇଁ ଔଷଧ କିଣିବାକୁ ବଡଦାଣ୍ଡକୁ ଆସିଥିବା ବେଳେ ଗୁଡି ମାଞ୍ଜା ସୂତା ତାଙ୍କ ବେକରେ ଲାଗି ଯାଇଥିଲା । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗତକାଲି କଟକ ଜଗତପୁର ପୀରବଜାର ନିକଟରେ ଜଣେ ନବବିବାହିତ ଯୁବକ ପତ୍ନୀଙ୍କ ବାଇକରେ ଯାଉଥିବା ବେଳେ ଗୁଡି ମାଞ୍ଜାସୂତା ଲାଗି ବେକ କଟିଯାଇଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ଆଜି କଟକରେ ଗୁଡି ଦୋକାନରେ ପୋଲିସ ଚଢାଉ କରିବା ଆରମ୍ଭ କରିଛି । ବାହାରୁ ଆସୁଥିବା ଗୁଡି ମାଞ୍ଜା ସୂତାରେ କାଚଗୁଣ୍ଡ ବ୍ୟବହାର କରାଯାଉଥିବାରୁ ଏଭଳି ଅଘଟଣ ଘଟୁଥିବା ନେଇ ସାଧାରଣରେ ଆଲୋଡନ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here