ଚକମା ଦେଇ ଆଇ ଫୋନ ନେଇଗଲା ସୁନ୍ଦରୀ । ଘଟଣା ଘଟିଛି ସ୍ମାର୍ଟ ସିଟି ରାଜଧାନୀରେ । ବାପୁଜୀନଗର ଅଞ୍ଚଳରେ ଥିବା ଗୋଟିଏ ମୋବାଇଲ ଦୋକାନରୁ ଲକ୍ଷେ ୪୦ ହଜାର ଟଙ୍କାର ଗୋଟିଏ ଆଇଫୋନ ନେଇ ଫେରାର ହେଲେ ଯୁବତୀ । ଯୁବତୀ ଜଣକ ଗତକାଲି ମୋବାଇଲ ଦୋକାନକୁ ଦାମୀ ମୋବାଇଲ କିଣିବାକୁ ଆସିଥିଲେ । ଲକ୍ଷେ ୪୦ ହଜାର ଟଙ୍କାର ଗୋଟେ ଆଇଫୋନ କିଣିଥିଲେ । ହେଲେ ଟଙ୍କା ଦେବା ବଦଳରେ କହିଲେ ଏଟିଏମ କାର୍ଡ ଖରାପ ହୋଇଯାଇଛି । ଏଇ ପାଖରେ ମୋର ଘର । ମୋ ସହ ଆସନ୍ତୁ ବାପାଙ୍କ ଏଟିଏମରୁ ଟଙ୍କା ଦେଇଦେବି । ଏକଥା ଶୁଣି ମୋବାଇଲ ଦୋକାନ କର୍ମଚାରୀ ମଧ୍ୟ ସାଙ୍ଗରେ ଯାଇଥିଲେ । ହେଲେ ପେଟ୍ରୋଲ ପମ୍ପରେ ତେଲ ପକାଇବା ବାହାନା କରି ଯୁବତୀ ଜଣଙ୍କ କୁଆଡେ ଫେରାର ହୋଇଗଲେ । ତେବେ ସିସିଟିଭି ଫୁଟେଜ ଦେଖି ପୋଲିସ ଯୁବତୀକୁ ଧରିବା ସହ ସହିତ ନଗର ଥାନାରେ ରଖିଛି ।

LEAVE A REPLY

Please enter your comment!
Please enter your name here