ମାସ୍କ ଏବେ ଆମର ପୋଷାକ ପତ୍ର ଭଳି ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇସାରିଲାଣି । କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିପାଇଁ ସରକାର ଆଇନକାନୁନରେ ମଧ୍ୟ ସଂଶୋଧନ କଲେ । ମାତ୍ର ୪ ମାସ ଧରି କରୋନା ପାଇଁ ଲୋକମାନେ ମାସ୍କ ପିନ୍ଧି ଆସୁଥିବାବେଳେ କିଛି ଧନିକ ବର୍ଗର ଲୋକଙ୍କ ପାଇଁ ଏହା ଏବେ ଫ୍ୟାଶନ ପାଲଟିଯାଇଛି । ରୋଗରୁ ସୁରକ୍ଷିତ ରହିବା ପାଇଁ ସାଧାରଣ ଲୋକଟିଏ କମ ଦାମର ମାସ୍କ ପିନ୍ଧୁଥିବାବେଳେ ବିତ୍ତଶାଳୀ ଲୋକମାନେ ଟିକିଏ ଭିନ୍ନ ପ୍ରକାରର ମାସ୍କ ଖୋଜିବା ଆରମ୍ଭ କରିଛନ୍ତି । ଆଉ ସେମାନଙ୍କ ପାଇଁ ପୋଷାକ ଡିଜାଇନରମାନେ ବିଭିନ୍ନ ପ୍ରକାରର ଆଳଙ୍କାରିକ ମାସ୍କ ତିଆରି କଲେଣି । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଡିଜାଇନର ମାନେ ମାସ୍କ ତିଆରି କରୁଛନ୍ତି । ତେବେ କଟକ ମେରିଆ ବଜାରର ଜଣେ ସୁନା ବ୍ୟବସାୟୀ ଆଲୋକ ମହାନ୍ତି ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହା ପୂର୍ବରୁ ପୁନେର ଜଣେ ସୁନା ବ୍ୟବସାୟୀ ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ । ସ୍ୱର୍ଣ୍ଣ ଖଚିତ ଏହି ମାସ୍କର ମୂଲ୍ୟ ୩ ଲକ୍ଷ ଟଙ୍କା ।

LEAVE A REPLY

Please enter your comment!
Please enter your name here