ରାଜ୍ୟରେ ଆଜି ୧୭ ମୁଣ୍ଡ ନେଇଛି କରୋନା ଭାଇରସ । କଟକ ଓ ପୁରୀରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବାଲେଶ୍ୱର, ବୌଦ୍ଧ ଓ ଖୋର୍ଦ୍ଧାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି ।
ରାଜ୍ୟର ୩୦ ଜିଲ୍ଲାରୁ ଆଜି ୨୬୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬୧୭ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୫୨୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୦୯୬ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲରୁ ୧୦୬, ସମ୍ବଲପୁର-୧୦୬, ବରଗଡ-୧୪୮, ବଲାଙ୍ଗିର-୧୦୯, କଟକ-୧୩୬, ଯାଜପୁର-୧୧୨, କେନ୍ଦ୍ରାପଡା-୧୩୨, କେନ୍ଦୁଝର-୧୦୭, ଯାଜପୁର-୧୧୨, ମୟୂରଭଞ୍ଜ-୧୦୧, ନବରଙ୍ଗପୁର-୫୯, ନୟାଗଡ-୩୮,ନୂଆପଡା-୫୮, ପୁରୀ-୭୯, ରାୟଗଡା-୨୬, ସୋନପୁର-୨୩, ସୁନ୍ଦରଗଡ-୯୧, ଅନୁଗୁଳ-୧୧୫, ବାଲେଶ୍ୱର-୭୯, ଭଦ୍ରକ-୪୯, ବୌଦ୍ଧ-୧୮, ଦେଓଗଡ-୧୮, ଢେଙ୍କାନାଳ-୭୪, ଗଜପତି-୭, ଗଞ୍ଜାମ-୪୩, ଜଗତସିଂହପୁର-୪୫, ଝାରସୁଗୁଡା-୪୬, କଳାହାଣ୍ଡି-୪୪, କନ୍ଧମାଳ-୩୨, କୋରାପୁଟରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here