ସୋରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ରାୟ ଦେବାପରେ କଂଗ୍ରେସର କୁସôିତ ଚେହେରା ପଦାକୁ ଆସିଛି ବୋଲି ବିଜେପି କହିଛି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ସିବିଆଇର ସ୍ୱତନ୍ତ୍ର କୋର୍ଟ ରାୟରୁ ସ୍ପଷ୍ଟ ହୋଇଛି ୨୦୧୦ରେ କଂଗ୍ରେସ ନିଦେ୍ର୍ଦଶରେ ସିବିଆଇ ଅମିତ ଶାହାଙ୍କୁ ଆକ୍ରୋଶ ରଖି ଗିରଫ କରିଥିବା ସ୍ପଷ୍ଟ ହୋଇଛି । ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ଗୁଜୁରାଟର ତତକାଳୀନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସିବିଆଇ ଦ୍ୱାରା ଗିରଫ କରିବାକୁ ଚକ୍ରାନ୍ତ କରାଯାଇଥିଲା । ରାଜନୀତିକ ଫାଇଦା ପାଇଁ କଂଗ୍ରେସ ସରକାର ସିବିଆଇର ଦୁରୁପ ଯୋଗ କରିବା ବିଡମ୍ବନା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here