ପାରଳାଖେମୁଣ୍ଡି ବନ ବିଭାଗ ଅଧିକାରୀ ଏସିଏଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପୋଲିସ ଛାନଭିନ ଜାରୀ ରଖିଛି । ଖୁବଶୀଘ୍ର ପୋଲିସ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ସଫଳ ହେବ ବୋଲି କହିଛନ୍ତି ଏସପି । ଆଜି ତଦନ୍ତକାରୀ ଟିମ୍ ବାଲେଶ୍ବର ଓ ମୟୁରଭଞ୍ଜ ଗସ୍ତରେ ଯାଇଥିବା ଏସପି କହିଛନ୍ତି । ସୌମ୍ୟରଂଜନଙ୍କ ବାପା, ମାଆ ଏବଂ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରିବ ପୋଲିସ । ତେବେ ସୌମ୍ୟରଂଜନ ଯେଉଁ ସରକାରୀ କ୍ବାର୍ଟରରେ ରହୁଥିଲେ, ସେ ଘର ଭିତରର ପରିବେଶରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଘର ଭିତରର ଆସବାବପତ୍ର ସୁରକ୍ଷିତ ଥିବା ବେଳେ ଜଣେ ଲୋକର ନବେ ପ୍ରତିଶତ କିପରି ପୋଡିଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ସୌମ୍ୟଙ୍କ ବାପା ଓ ମାଆ ଉଭୟ ତାଙ୍କ ବୋହୁ ଉପରେ ଦୋଷ ଲଦିଛନ୍ତି । ଡିଏଫଓଙ୍କ ସହ ବୋହୁର ସଂପର୍କ ଥିବା କଥା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର । ସୌମ୍ୟଙ୍କ ପତ୍ନୀ ଏଭଳି ଅଭିଯୋଗକୁ ଅସ୍ବୀକାର କରୁଥିଲେ ହେଁ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି ।
ଗୋଟିଏ ଘରେ ସୌମ୍ୟ ଓ ତାଙ୍କ ପତ୍ନୀ ରହୁଥିବା ବେଳେ ସୌମ୍ୟ କେମିତି ପୋଡିଗଲେ, ବିଦ୍ୟାଭାରତୀ ଜାଣିପାରିଲେନି ? ଆଉ ବିଦ୍ୟାଭାରତୀ ଜାଣିବା ବେଳକୁ ସୌମ୍ୟଙ୍କ ଦେହର ଅଶୀ ନବେ ପ୍ରତିଶତ ପୋଡିଯାଇଥିଲା । ତେଣୁ ସୌମ୍ୟଙ୍କ ମୃତ୍ୟୁ ଷଡଯନ୍ତ୍ର ପଛରେ ତାଙ୍କ ପତ୍ନୀଙ୍କ ସଂପୃକ୍ତି ନେଇ ସନ୍ଦେହ ପ୍ରକାଶ ପାଇଛି । ସେହିପରି ଘଟଣା ଦିନ ସୌମ୍ୟଙ୍କ ଆମ୍ବୁଲାନ୍ସକୁ ରାସ୍ତାରେ ଦୀର୍ଘ ସମୟ ଧରି ଅଟକାଇବା ପଛରେ ଡିଏଫଓଙ୍କ ସଂପୃକ୍ତିକୁ ସ୍ପଷ୍ଟ କରୁଛି ।
ପୋଲିସ ଖୁବଶୀଘ୍ର ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବ ବୋଲି କହିଛନ୍ତି ଏସପି ।

LEAVE A REPLY

Please enter your comment!
Please enter your name here