ଉତ୍କଳ ଦିବସକୁ କଳା ଦିବସ ରୁପେ ପାଳନ କଲା ପଶ୍ଚିମ ଓଡିଶା ଯୁବମଞ୍ଚ ଏବଂ କୋଶଲ ରାଜ୍ୟ ସମନ୍ୱୟ ସମିତି । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରଠାରୁ ପଶ୍ଚିମ ଓଡିଶା ଶିଳ୍ପ , ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଅବହେଳିତ ହୋଇଆସିଛି ବୋଲି ମଞ୍ଚ ଅଭିଯୋଗ କରିଛି । ପଶ୍ଚିମ ଓଡିଶା ଯୁବମଞ୍ଚର ସଭାପତି ଅଜିତ ପତି କହିଛନ୍ତି, ଆଞ୍ଚଳିକ ବିକାଶ ପାଇଁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନର ଆବଶ୍ୟକ ରହିଛି । ସେଥିପାଇଁ ଜାରି ରହିଥିବା ଆନ୍ଦୋଳନ ଆଗାମୀ ଦିନରେ ବ୍ୟାପକ ହେବ ବୋଲି ସେ କହିଛନ୍ତି ।