ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ । ଉଭୟ ଜିଲ୍ଲା ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରବୀଣ । ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରବୀଣ କେଉଁ ଦଳକୁ ଯିବେ ତାହା ମଧ୍ୟ ସସପେନ୍ସରେ ରହିଛି ।
ବିଜେପି ଏହି ଆସନରୁ ଆଜି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ କଂଗ୍ରେସ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ ପ୍ରବୀଣ ବିଜେଡି କ୍ୟାମ୍ପ ଛାଡିବା ପରେ କଂଗ୍ରେସରେ ଯୋଗ ଦେବେ ନା ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

LEAVE A REPLY

Please enter your comment!
Please enter your name here