ହୁଳହୁଳିରେ ଉଛୁଳୁଛି ସୁବର୍ଣ୍ଣପୁର ଢେରାପଡାର ସବୁ ସାହି । ସାହିରେ ବୁଲୁଛି ହରଗୌରିଙ୍କ ପ୍ରତିକାତ୍ମକ ପ୍ରତିମା । ଦୁଆରେ ଚାଲିଛି ବନ୍ଦାପନା । ସେପଟେ ସବୁ ବ୍ରତଧାରୀ ମହିଳାଙ୍କ ଆଗରେ ପୂଜା ଥାଳି ଆଉ ପାତ୍ରରେ ହଳଦି ନିର୍ମିିତ ସିଦ୍ଧି ବିନାୟକଙ୍କ ପ୍ରତିମା । ଆଦ୍ୟ ପୂଜା ଗଣେଷ, ଦେବୀ ପାର୍ବତୀ, ଓ ଦେବ ଦେବ ମହାଦେବଙ୍କ ମନ୍ତ୍ର ସହ ଶ୍ରୀ ଯନ୍ତ୍ର ଉପରେ ବ୍ରତଧାରୀ ମହିଳାମାନେ ସିନ୍ଦୁର ଲଗାଉଛନ୍ତି । ପରମ୍ପରା ଅନୁଯାୟୀ ବ୍ରତଧାରୀମାନେ ରୀତିନୀତି ଓ ମନ୍ତ୍ର ଗୀତର ଧାରେ ଧାରେ ସିନ୍ଦୁର ଅର୍ପଣ , ଦୀପ ଦାନ ଓ ନୈବେଦ୍ୟ ଅର୍ପଣ କରୁଛନ୍ତି । ଇଏ ହେଉଛି ସୁବର୍ଣ୍ଣପର ତେଲଗୁ ସମ୍ପ୍ରଦାୟ ଦ୍ୱାରା ଚାଲିଥିବା ପ୍ରସିଦ୍ଧ କୁମ୍ କୁମ୍ ପର୍ବ । ଦେବାଙ୍ଗ ସଂସ୍କୃତିର ଲୋକ ପରମ୍ପରାକୁ ନେଇ ମହିଳାଙ୍କ ଦ୍ୱାରା ହେଉଥିବା କୁମକୁମ୍ ପୂଜାର ରହିଛି ସ୍ୱତନ୍ତ୍ରତା । ସ୍ୱାମୀଙ୍କ ମଙ୍ଗଳ ମନାସି କରାଯାଉଥିବା କୁମକୁମ ବ୍ରତ ଦେବାଙ୍ଗ ସଂସ୍କୃତିର ଏକ ଅନନ୍ୟ ବିଭବ । ପରିବାରର ସୁଖ ସମୃଦ୍ଧି ସହ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ କରାଯାଇଥାଏ । ଏହି ପର୍ବର ଅନ୍ତିମ ଉପଚାରରେ ଅନୁଷ୍ଠିତ ହୋଇଥାଏ ବ୍ରତଧାରୀଙ୍କ ମଧ୍ୟରେ ସିନ୍ଦୁର ଖେଳ । ପରସ୍ପର ପରସ୍ପରକୁ ସିନ୍ଦୁର ଲଗାଇ ସବୁଦିନ ପାଇଁ ସିନ୍ଥିରେ ସିନ୍ଦୁର ଝଟକୁଥିବାର ଶୁଭେଚ୍ଛା ଜଣାଇଥାନ୍ତି । କେବଳ ତେଲଗୁ ସମ୍ପ୍ରଦାୟର ବିବାହିତ ମହିଳା ନୁହଁନ୍ତି, କୁମାରୀ ଝିଅମାନେ ମଧ୍ୟ ଭଲ ବର ପାଇବାକୁ ଏହି ବ୍ରତ ପାଳନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here