ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି. ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଜାନୁଆରୀ 21 ତାରିଖରେ ପ୍ରକାଶ ପାଇବ. ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଏହି ସୂଚନା ଦେଇଛନ୍ତି. ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ କରିବା ପାଇଁ ପୂର୍ବରୁ ଅକ୍ଟୋବର 31 ଓ ପରେ ନଭେମ୍ବର 15 ତାରିଖକୁ ବୃଦ୍ଧି କରାଯାଇଥିଲା. ସେହିପରି ଜାନୁଆରୀ  7 ତାରିଖରୁ ରାଜ୍ୟର 147 ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ସଚେତନତା କାର୍ଯ଼୍ୟକ୍ରମ କରାଯିବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି. ଫେବୃଆରୀ 25 ତାରିଖ ସୁଦ୍ଧା ପୋଲିଂ ଅଧିକାରୀଙ୍କୁ ତାଲିମ ଦେବା ଶେଷ କରାଯିବ. ରାଜ୍ୟରେ ମୋଟ 37,606 ବୁଥ ଥିବା ବେଳେ 89, 337 ବାଲଟ ୟୁନିଟ ରହିଛି. ଆବଶ୍ୟକ ହେଲେ ଅଧିକ ସାମଗ୍ରୀ ମଗାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି.

LEAVE A REPLY

Please enter your comment!
Please enter your name here