ବାରିପଦା ମେଡିକାଲରୁ ଶିଶୁକନ୍ୟା ଚୋରୀ କରିବା ଅଭିଯୋଗରେ ଦୁଇ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଝାରପୋଖରିଆ ଥାନା ଅନ୍ତର୍ଗତ ବାଲାଡିହି ଗାଁର ରାଇମଣୀ ଟୁଡୁ ଚାରିଦିନ ତଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବୁଧବାର ଅପରାହ୍ନରେ ଦୁଇ ଯୁବତୀ ପିଲାକୁ ମାଆ ପାଖରୁ ଗେଲ କରିବା ବାହାନାରେ ଆଣି ଫେରାର ହୋଇଯାଇଥିଲେ । ପିଲାର ମାଆ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇବାରୁ ବାଲେଶ୍ବର ସହଦେବଖୁଣ୍ଟା ଅଂଚଳର ସୀମା ସିଂ ଓ ଚାନ୍ଦୁଆ ଥାନା ଅଞ୍ଚଳର ମିନାକ୍ଷୀ ବେହେରାଙ୍କୁ ପୋଲିସ ଗିରଫ କରିବା ସହ ଚୋରୀ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here