ବିଜେବି ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ଦଶଟାରୁ ଆରମ୍ଭ ହୋଇ ନାମଲେଖା ପ୍ରକ୍ରିୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ବିଦ୍ୟାଳୟରେ ସିଟ୍ ସଂଖ୍ୟା ମୋଟ ୪୮ ଥିବାବେଳେ ୨୩୮ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଏଥିପାଇଁ ଗତ ୯ ତାରିଖରେ ଏଣ୍ଟ୍ରାନ୍ସ ହୋଇଥିବା ବେଳେ ୧୬ ତାରିଖରେ ଏଣ୍ଟ୍ରାନ୍ସ ଫଳ ପ୍ରକାଶ ପାଇଥିଲା । ତେବେ ଆଜି ଆଡମିଶନ କରିବାକୁ ପିଲାମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । କେହି କେହି ୱେଟିଂ ଜୋନରେ ରହି ଅପେକ୍ଷା ମଧ୍ୟ କରିଥିଲେ । ବିଜେବି ମହାବିଦ୍ୟାଳୟର ସାମ୍ବାଦିକତା ବିଭାଗ ଓଡିଶାରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ତେବେ କ’ଣ ପାଇଁ ଜର୍ଣ୍ଣାଲିଜିମ୍ ପଢିବାକୁ ପିଲାମାନେ ଆଗ୍ରହୀ, ସେସଂପର୍କରେ ଆମେ ପିଲାମାନଙ୍କ ପ୍ରତିକ୍ରିୟା ନେଇଥିଲୁ । ଆସନ୍ତୁ ଶୁଣିବା ସାମ୍ବାଦିକତାକୁ କ୍ୟାରିଅର କରିବା ପାଇଁ ଆଗ୍ରହୀ ପିଲାମାନେ କଣ କହୁଛନ୍ତି । ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ସଂଗ୍ରହ ଓ ପରିବେଷଣ କରିବା ଉପରେ ପିଲାମାନେ ଗୁରୁତ୍ବ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here