ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କେନ୍ଦୁଝର ନିକଟସ୍ଥ ଏକ ମେଡିକାଲ କଲେଜରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ରାଜ୍ୟ ସରକାର ଏବଂ କଂଗ୍ରେସ ଉପରେ ବର୍ଷିଥିଲେ ଶାହ  । ଅମିତ୍‌ ଶାହ କହିଛନ୍ତି ଯେ, ‘୧୯ ବର୍ଷ ହେଲା ନବୀନ ଏଠି ଅଛନ୍ତି। ହେଲେ ଏଠି ପିଇବା ପାଇଁ ପାଣି ଟୋପେ ମିଳୁନି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି। ଥରେ ନବୀନଙ୍କୁ ଓପାଡ଼ି ଫିଙ୍ଗ, କାମ ପାଇଁ ବାହାରକୁ ଯିବାକୁ ପଡ଼ିବନି। ନବୀନ ବାବୁ ଖଣିଜ ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି। ସେହିପରି ଚିଟ୍‌ଫଣ୍ଡରେ ସଂପୃକ୍ତ ଲୋକଙ୍କ ପ୍ରତି ନବୀନ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଶାହ ପ୍ରଶ୍ନ କରିଥିଲେ। ଥରେ ବିଜେପି ସରକାର ଆସୁ। ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ଜେଲ ପଠାଇବୁ ବୋଲି ସେ କହିଛନ୍ତି। ବିଜେପି ସରକାର କଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ କଲେଜ ସ୍ଥାପନ ହେବ। ଏଥିସହ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି ଶାହ କହିଥିଲେ।

LEAVE A REPLY

Please enter your comment!
Please enter your name here