ବଦଳିବ ଜୁନାଗଡ-ଭୁବନେଶ୍ୱର ଟ୍ରେନର ଗତିପଥ | ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିକଟକୁ ଚିଠି ଲେଖିଛନ୍ତି | ରାୟଗଡା ପରିବର୍ତ୍ତେ ସମ୍ବଲପୁର ଦେଇ ଯିବ ଟ୍ରେନ | ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ରାୟଗଡାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ବିଭିନ୍ନ ସଂଗଠନ, ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷ ଘୋର ଆପତ୍ତି କରିବା ସହ ଏହାକୁ ବିରୋଧ କରିଛନ୍ତି | ଯୁବ ବିକାଶ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି | ଏ ସମ୍ପର୍କରେ ସଂଘଠନ ପକ୍ଷରୁ ରେଳ ମନ୍ତ୍ରିଙ୍କ ଉଦେଶ୍ୟରେ ରାୟଗଡା ଷ୍ଟେସନ ମେନେଜରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି | ଯଦି କେନ୍ଦ୍ରମନ୍ତ୍ରୀ ନିଜ ନିଷ୍ପତି ପରିବର୍ତନ ନକରନ୍ତି ତେବେ ଆସନ୍ତା ରବିବାର ଦିନ ରାୟଗଡା ରେଳ ଷ୍ଟେସନ ସମୁଖରେ 12 ଘଣ୍ଟିଆ ନିରାହାର ଅନଶନ କରିବ ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି | ଠିକ ସେହିପରି କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ମଧ୍ୟ ଏହାକୁ ବିରୋଧ କରିବା ସହ କେନ୍ଦ୍ରମନ୍ତ୍ରୀ ନିଜ ନିଷ୍ପତି ବଦଳାଇବାକୁ କହିଛନ୍ତି | ଯଦି ନିଷ୍ପତିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ନଓହରନ୍ତି ତାହା ହେଲେ ଆଗାମୀ ଦିନରେ କୌଣସି ଅଘଟଣ ଘଟିଲେ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ହଁ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here