ବରଗଡ଼ ଜିଲ୍ଲା ବିଜେପୁର ଠାରେ ମହିଳାମାନଙ୍କର ନୂଆଖାଇ ଭେଟଘାଟ ଓ ଏକ ବିରାଟ ସମାବେଶ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଭିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ, ନାଚ ଓ ଗୀତର ଆସର ଜମିଥିଲା | ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ ବିଜେପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଓ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଉପସ୍ଥିତ ଥିବା ଅତିଥିମାନେ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ଉପରେ ଆଲୋକପାତ କରିଥିଲେ | ଏଥିସହ ମହିଳାମାନେ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକରେ ନିଜକୁ କିପରି ସାମିଲ କରିବେ, ନିଜ ବିକାଶ ସହ ରାଜ୍ୟର ବିକାଶ ପାଇଁ ସହଯୋଗ କରିପାରିବେ ସେନେଇ ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଶ୍ରୀ ଜନାର୍ଦନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । ବିଜେପୁର ଅଂଚଳର ପ୍ରାୟ ପନ୍ଦର ହଜାର ମହିଳା ମାନଙ୍କର ସମାବେଶରେ ଉପସ୍ଥିତ ରହିଥିଲେ |

LEAVE A REPLY

Please enter your comment!
Please enter your name here