ରିଷିତା ରାଜୀବ ବରାଳ । ବୟସ ୩ ବର୍ଷ ଏକମାସ । ଏଇ କଅଁଳ ବୟସରେ ରିଷିତା ସ୍ଥାନ ପାଇଛି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ । ଜଗତସିଂହପୁର ଜିଲ୍ଲା ଓଳାସ ଗାଁରେ ରହୁଥିବା ଶତାବ୍ଦୀ ଓ ରାଜୀବଙ୍କ ଗେହ୍ଲା ଝିଅ ରିଷିତା । ତିନିବର୍ଷ ବୟସରେ ପିଲାମାନେ ଠିକଭାବରେ ଆଲଫାବେଟ୍ ଓ ରାଇମ୍ସ ମନେ ରଖିପାରୁ ନ ଥିବା ବେଳେ ରିଷିତା ନିଜ ପ୍ରଖର ସ୍ମରଣ ଶକ୍ତି ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇବା ସମସ୍ତଙ୍କୁ ଚକିତ କରିଛି ।
ରିଷିତା ଅତି ସହଜରେ ୨୮ଟି ଭାରତୀୟ ରାଜ୍ୟର ରାଜଧାନୀ ଏବଂ ୭୦ଟି ଦେଶର ରାଜଧାନୀ ନାଁ କହିପାରୁଛି । ୧୩ଟି ଜାତୀୟ ସଙ୍କେତର ନାଁ ମନେରଖିଛି ରିଷିତା । ପ୍ରତ୍ୟେକ ଶବ୍ଦ ସହିତ ଇଂଲିଶ ଅକ୍ଷର କହିବା ସହ ୭ଟି ମହାଦେଶ, ୮ଟି ଗ୍ରହ, ୬ ଋତୁ, ୮ଟି ପର୍ବପର୍ବାଣୀ ନାଁ, ୮ଟି ରାଇମ୍ସ, ୨୧ଟି ପଶୁପକ୍ଷୀଙ୍କ ନାଁ, ୭ଟି ଫଳ, ୭ଟି ଫୁଲ, ୭ଟି ପନିପରିବା, ଶରୀରର ୭ଟି ଅଙ୍ଗର ନାଁ ଅତି ସହଜରେ କହିପାରୁଛି । ଏହାବ୍ୟତୀତ ୪୫ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରୁଛି । ଏତେ କମ୍ ବୟସରୁ ଝିଅର ପ୍ରଖର ସ୍ମରଣ ଶକ୍ତି ଦେଖି ବାପାମା ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ରିଷିତାଙ୍କ ନାଁ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏବଂ ଗତ ମାର୍ଚ୍ଚ ୮ ତାରିଖରେ ରିଷିତାଙ୍କୁ ତାଙ୍କର ସଫଳତା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସର ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here