କେନ୍ଦ୍ରାପଡାରେ ଲାଗୁ ହୋଇପାରେ ଏନଆରସି । ଏନେଇ ପଦକ୍ଷେପ ନେବାକୁ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ମନ୍ତ୍ରଣାଳୟ । ଆମିକସ କ୍ୟୁରିଙ୍କ ରିପୋର୍ଟ ଆଧାରରେ ଏହି ଚିଠି ଲେଖାଯାଇଛି | ଗତବର୍ଷ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲାରେ NRC ଲାଗୁ ପାଇଁ ଆମିକସ କ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲେ | ଆମିକସ କ୍ୟୁରିଙ୍କ ରିପୋର୍ଟ ଉପରେ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ |
ସୂଚାନଯୋଗ୍ୟ, ପୂର୍ବରୁ ଆସାମରେ ଏନଆରସି ଲାଗୁ କରାଯାଇଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here