ଉଚ୍ଚଶିକ୍ଷାରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚକ୍ଷମତା ସଂପନ୍ନ କମିଟି । ଗତମାସ 28 ତାରିଖରେ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା । ଏହି କମିଟି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ସୁପାରିଶ କରିବେ । ଏହି କମିଟିର ଅଧ୍ୟକ୍ଷ ଭାବେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ ଏ.କେ. ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ, ପ୍ରଫେସର ଡକ୍ଟର ସି.ବି.କେ ମହାନ୍ତି, ଆଇଏଏସ ଶ୍ରୀ ବି. ଏସ. ପୁନିଆ, ଆଇଏଏସ ଶ୍ରୀ ଜି. ରେଘୁ ଓ ଡକ୍ଟର ଏ. କେ. ନାୟକ ସଦସ୍ୟ ରହିବେ । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ କିପରି ସଂରକ୍ଷଣ ରହିବ, ସେସଂପର୍କରେ ଏହି କମିଟି ସୁପାରିଶ କରିବେ ।