ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର । ଦିନ ଦ୍ୱିପହରରେ ବି ଆତଙ୍କ ଖେଳାଉଛନ୍ତି ଲୁଟେରା । କିଏ ବନ୍ଧୁକ ଦେଖାଇ ଲୁଟୁଛି ତ କିଏ ଘରେ ପଶି କଳାକନା ବୁଲାଉଛି । ଆଉ ଅନେକ ଦୁର୍ବୃତ୍ତ ଚଳନ୍ତା ଗାଡିକୁ ପିଛା କରି ମୋବାଇଲ ହେଉ କି ସୁନା ଚେନ୍ ଲୁଟନ୍ତି । ତେବେ ଆପଣଙ୍କର ମନେଥିବ ନିଶ୍ଚୟ । କୋଭିଡ କଟକଣା ଭିତରେ ନୟାପଲ୍ଲୀର ତୁଳସୀ ଦେଈ ନାମକ ଜଣେ ମହିଳା ଘରେ ଏକୁଟିଆ ଥିବାବେଳେ ଲୁଟେରାମାନେ ଘରେ ପଶି ଲୁଟ୍ ଉଦ୍ୟମ କରିଥିଲେ । ଲୁଟ୍ ବେଳେ ମହିଳାଙ୍କ ମାଡମାରି ତାଙ୍କ କାନ କାଟି ଦେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନିଜ ମୁଁହରେ ସ୍ୱିକାର କରିଛି ଯେ ନିଜ ପ୍ରେମିକାକୁ ଗିଫ୍ଟ ଦେବା ପାଇଁ ସେ ଏଭଳି କାଣ୍ଡ ଭିଆଇଥିଲା । ଏହି ଘଟଣାରେ ପ୍ରଥମେ ସାଗର ପ୍ରଧାନ ଜଣେ ବ୍ୟକ୍ତି ଧରାପଡ଼ିବା ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ସାଗରର କହିବା ଅନୁସାରେ, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ନାରାୟଣ ମହାନ୍ତି। ସେ ପୂର୍ବରୁ ଏକ ଛିନତାଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛି। ତେବେ ପୋଲିସ୍ ନାରାୟଣକୁ ଜେଲ୍‌ରୁ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here