କୋଉଠି ପିଚୁ ଉପରେ ପିଚୁ ପଡୁଛି ତ ଆଉ କେଉଁଠି ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ରାସ୍ତା. ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଜାମୁଓ୍ବାଡା ପଞ୍ଚାୟତ ଅନ୍ତର୍ଗତ ଏମଭି 49 ଗାଁକୁ ସଂଯୋଗ କରୁଥିବା ପୋଲ ଦୁଇବର୍ଷ ହେଲାଣି ଭାଙ୍ଗି ଯାଇଥିଲେ ବି ମରାମତି ହୋଇପାରୁନି. ବାରମ୍ବାର ଗ୍ରାମବାସୀ ଦାବି କରିବା ପରେ ମରାମତି ପାଇଁ ତିନି ଲକ୍ଷ ଟଙ୍କା ମଂଜୁର ହୋଇଥିଲା. ବର୍ଷେ ତଳେ କାମ ବି ଆରମ୍ଭ ହୋଇଥିଲା. ମାତ୍ର ପୁଣି ଅଧାପନ୍ତରିଆ ଭାବେ ବର୍ଷେ ହେଲାଣି କାମ ବନ୍ଦ ରହିଛି. ସରକାରୀ ବାବୁଙ୍କଠୁ ଆରମ୍ଭ କରି ବିଧାୟକଙ୍କ ଯ଼ାଏଁ ସମସ୍ତଙ୍କ ପାଖକୁ ଦଉଡୁଛନ୍ତି ଗ୍ରାମବାସୀ. ମାତ୍ର କେହି ତାଙ୍କ କଥା ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି. ଏମିତି ହେଲେ ଏଥର ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି.

 

LEAVE A REPLY

Please enter your comment!
Please enter your name here