ଆଜିଠୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ବଜେଟ ଅଧିବେଶନ । ପ୍ରଥମ ଦିନରୁ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସର ନବ ଗ୍ରହ । ବିଜେଡି-ବିଜେପି ଭାଇ ଭାଇ ନାରାରେ ବାଚସ୍ପତିଙ୍କୁ ଘେରିଛନ୍ତି କଂଗ୍ରେସର ବିଧାୟକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିରୋଧୀ ଦଳନେତା ଘୋଷଣା ନକରି ଅଭିଭାଷଣ ଆରମ୍ଭ କରିବା ଏବଂ ଅଭିଭାଷଣରେ ପ୍ରଦୀପ୍ତ ନାୟକଙ୍କୁ ବିଜେପି ବିଧାୟକ ଦଳନେତା ସମ୍ବୋଧନ କରିବା ନେଇ ପ୍ରତିବାଦ ଜଣାଇଥିଲେ କଂଗ୍ରେସ ବିଧାୟକ । ବିଜେଡି ବିଜେପିର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ପ୍ରସଙ୍ଗ ଉଠାଇ କଂଗ୍ରେସ ଗୃହରେ ବିଜେଡି ବିଜେପି ଭାଇ ଭାଇ ନାରାରେ ଉଠିଥିଲା ପଡିଥିଲା ବିଧାନସଭା ।

LEAVE A REPLY

Please enter your comment!
Please enter your name here