ସଫଳ ହେଲା ଅପରେସନ । ଏକ ଘଣ୍ଟାର ଅପରେସନ ପରେ ବେକରୁ ବାହାରିଲା ଜାଭେଲିନ୍ । ସୁସ୍ଥ ଅଛି ଛାତ୍ର ସଦାନନ୍ଦ । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷୀକ କ୍ରୀଡା ଚାଲିଥିବାବେଳେ ଛାତ୍ର ବେକରେ ଜାଭେଲିନ୍ ପଶିଯାଇଥିଲା । ନବମ ଶ୍ରେଣୀରେ ପାଠ ପଢୁଥିବା ସଦାନନ୍ଦ ମେହେର ଗୁରୁତ୍ତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସ୍ୱତନ୍ତ୍ର ୮ ଜଣିଆ ଡାକ୍ତରୀ ଟିମଙ୍କ ଅପରେସନ ପରେ ସୁସ୍ଥ ଅଛନ୍ତି ସଦାନନ୍ଦ । ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଇଓ ମେଡିକାଲରେ ଉପସ୍ଥିତ ଅଛନ୍ତି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ । ଏହାସହ ସୁସ୍ଥ ହେବା ପର୍ଯର୍୍ୟନ୍ତ ଛାତ୍ରଙ୍କ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ ବଲାଙ୍ଗୀର ଜିଲ୍ଲାପାଳ ।
ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିଲା। ପ୍ରତିଯୋଗିତା ପୂର୍ବରୁ ଛାତ୍ରମାନେ ଜାଭେଲିନ ପ୍ରାକ୍ଟିସ କରୁଥିଲେ ।