ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ସାଂସଦଙ୍କ କାର୍ ଦୁର୍ଘଟଣାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହେବା ପରେ ବିରୋଧୀ ସାଂସଦଙ୍କ ଗିରଫ ଦାବି କରିଛନ୍ତି । ହିଟ୍ ଆଣ୍ଡ ରନ୍ ମାମଲାରେ ଶ୍ରୀ ବିଶିଙ୍କ ବିରୋଧରେ ମାମଲା ରୁଜୁ କରାଯିବାକୁ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଦାବି କରିଛନ୍ତି । ଦୁର୍ଘଟଣା ସମୟରେ ସାଂସଦ ଗାଡି ଭିତରେ ଥିଲେ ଏବଂ ଦୁର୍ଘଟଣା ପରେ ଆହତ ଯୁକଙ୍କୁ ହସପିଟାଲ ନେବା ବଦଳରେ ସେଠାରୁ ପଳାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସାଂସଦଙ୍କ ଗାଡି ଦୁର୍ଘଟଣାରେ ସ୍କୁଟର ଆରୋହୀ ରାସ୍ତା ପାର୍ଶ୍ବ ବିଲ ମଧ୍ୟକୁ ଖସିପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣା ହେବା ଦେଖି ଘଟଣାସ୍ଥଳକୁ ଆସିଥିଲେ ହେଁ ଦୁର୍ଘଟଣା ଘଟାଇଥିବା ଗାଡି ସେଠାରୁ ଖସି ଯାଇଥିଲା ।
ଅନ୍ୟପକ୍ଷରେ ସାଂସଦ ବିଶି କହିଛନ୍ତି, ତାଙ୍କୁ ଘରେ ଛାଡି କାର ଡ୍ରାଇଭର ଘରକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ସାଂସଦଙ୍କ ଗାଡି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍କୁଟର ଆରୋହୀ ହେଉଛନ୍ତି ଲାରମ୍ବା ଥାନା ଅନ୍ତର୍ଗତ ଇନପୁର ଗାଁର ଟଙ୍କଧର ବିଶ୍ବାଳ ।

LEAVE A REPLY

Please enter your comment!
Please enter your name here