ଅଧାବାଟରେ ଆମ୍ବୁଲାନ୍ସ ଚକ ପମ୍ପଚର ହୋଇଯିବାରୁ ଚାଲିଗଲା ରୋଗୀଙ୍କ ଜୀବନ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ । ମୃତ ମହିଳା ହେଉଛି କର୍ପା ଗାଁର କଲ୍ୟାଣି ବିଡିକା । ଅଭିଯୋଗ ଅନୁସାରେ ଝାଡାବାନ୍ତିରେ ଆକ୍ରାନ୍ତ କଲ୍ୟାଣିଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ତାଙ୍କ ସ୍ୱାମୀ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଏବଂ ତାହା ବହୁ ବିଳମ୍ବରେ ଆସିଥିଲା । ଡାକ୍ତରଖାନା ପହଁଞ୍ଚିବାର ୪ କିଲୋମିଟର ପୂର୍ବରୁ ଆମ୍ବୁଲାନ୍ସର ଟାୟାର ପମ୍ପଚର ହୋଇଯାଇଥିଲା । ଏବଂ ଆଉ ଗୋଟିଏ ଆମ୍ବୁଲାନ୍ସ ଆସୁଛି କହି ସମୟ ଗଡାଇଥିଲା ଡ୍ରାଇଭର । ଏପଟେ ରୋଗୀ ଆମ୍ବୁଲାନ୍ସରେ ଝଟପଟ ହେଉଥିବାବେଳେ ସେପଟେ ଅନ୍ୟ ଆମ୍ବୁଲାନ୍ସ ଆସିବାକୁ ପ୍ରାୟ ଘଣ୍ଟାଏ ବିଳମ୍ବ ହୋଇଥିଲା । ଫଳରେ ମେଡିକାଲାେ ର ପହଁଞ୍ଚିବା ପରେ ସାଙ୍ଗେ ସାଙ୍ଗେ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here