ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପାର୍ତ୍ତାପୁର ଘାଟିରେ ଦୁର୍ଘଟଣା । ସୋମବାର ସକାଳୁ ଏକ କୋଇଲା ବୋଝେଇ ଟ୍ରକ୍‌ ରାସ୍ତାକଡ଼କୁ ଓଲଟି ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଉଭୟ ଡ୍ରାଇଭର ଓ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାଁ ବୁର୍‌ଲାଲ ଓ ହେଲପରଙ୍କ ନାଁ ସୁରେଶ। ଉଭୟଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ଛତିଶଗଡ଼ ଯାଉଥିବା ବେଳେ ପାର୍ତ୍ତାପୁର ଘାଟିରେ ଓଲଟି ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here