ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ସଙ୍ଗୀତା ସିଂଦେଓ ଏବଂ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ ପ୍ରାର୍ଥୀ । ଇଲେକସନ ଓ୍ଵାଚ୍ ପକ୍ଷରୁ ପ୍ରେସମିଟରେ ସୋମବାର ଏହି ବିବରଣୀ ଦିଆଯାଇଛି। ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହ ଦେଓଙ୍କ ସଂପତ୍ତିର ମୂଲ୍ୟ ୩୭ କୋଟିରୁ ଉର୍ଦ୍ଧ୍ଵ ଥିବାବେଳେ ହିଞ୍ଜିଳି ନିର୍ବାଚନୀ ମଣ୍ଡଳିର ବିଧାନସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୬୩ କୋଟି ଟଙ୍କାରୁ ଅଧିକ ରହିଛି। ଲୋକସଭା ୨୦୧୯ର ଦ୍ଵିତୀୟ ପର୍ୟ୍ୟାୟ ମତଦାନ ଏପ୍ରିଲ ୧୮ରେ ହେବ। ଏଥିରେ ଓଡ଼ିଶାରୁ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ୨ୟ ପର୍ୟ୍ୟାୟ ନିର୍ବାଚନ ପ୍ରାର୍ଥୀଙ୍କ ମଧ୍ୟରେ ସଙ୍ଗୀତା ସିଂହ ଦେଓ ଓ ନବୀନ ପଟ୍ଟନାୟକ ସବୁଠୁ ଧନୀ ପ୍ରାର୍ଥୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here