ଚାଷୀ ପ୍ରସଙ୍ଗରେ ପ୍ରଦେଶ କିଷାନ କଂଗ୍ରେସ ଆଜି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି. କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡି କେବଳ ଚାଷୀଙ୍କ ପାଇଁ ନାଟକବାଜି କରୁଛନ୍ତି ବୋଲି କଂଗ୍ରେସ ଆରୋପ ଲଗାଇଛି. ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ରାଜଭବନ ଯାଇଥିଲେ. ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକପତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ କୃଷିଋଣ ଛାଡ କରିବା ସହ ଧାନର ସହାୟକ ମୂଲ୍ୟ 2930 ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି. ଚାଷୀଙ୍କ ନାଁ ରେ ଦିଲ୍ଲୀରେ ବିଜେଡି ପିକନିକ୍ ସମାବେଶ କରୁଛି ବୋଲି କଂଗ୍ରେସ ଆକ୍ଷେପ କରିଛି.

LEAVE A REPLY

Please enter your comment!
Please enter your name here