ଆଦିବାସୀମାନଙ୍କୁ ଜଙ୍ଗଲ ଜମିରୁ ହଟାଇବାପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ଜନବିରୋଧି ଓ ସମ୍ବିଧାନ ବିରୋଧୀ । ତେଣୁ ଏହି ରାୟର ପୁଣି ଥରେ ବିଚାର କରିବା ଦାବିରେ ନିୟମଗିରି ସୁରକ୍ଷା ମଂଚ,ବିଏସପି ଓ ଆଦିବାସୀ ଏକତାମଂଚ ଆନୁକୁଲ୍ୟରେ ମୁନୁଗୁଡା ବ୍ଲକ ମୁନିଖାଲ ପଞ୍ଚାୟତ କାଯ୍ୟାଳୟରୁ ହଜାରହଜାର ନିୟମଗିରି ସୁରକ୍ଷା ସମିତି ବିଏସପିକର୍ମୀଙ୍କ ସମେତ ଆଦିବାସୀ ଡଙ୍ଗରିଆ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏକ ସଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଁଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକ ଆକାଉଣ୍ଟ ଅଫିସର ବିଜୟକୁମାର ବେବତାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ପ୍ରାୟ ୧୦ଲକ୍ଷ ଆଦିବାସୀ ବ୍ୟାପକ କ୍ଷତିଗ୍ରସ୍ତ ହେବେ, ତେଣୁ ଏହି ରାୟକୁ ତୁରନ୍ତ ସ୍ଥଗିତ ରଖିବା ସହ ପୁଣିଥରେ ବିଚାର କରିବାକୁ ଦାବୀ କରାଯାଇଛି ।  ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here