ଭାବନୀପାଟଣା ବାଲାଜୀ ନିକଟରେ ସରକାରୀ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି. ଟାଉନ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ଜଣକ ଭଙ୍ଗବରୀ ଗ୍ରାମର ନୀଳକଣ୍ଠ ନାୟକ ବୋଲି ପରିଚୟ ମିଳିଥିବା ବେଳେ ଅନ୍ୟ ଜଣେ ପୂର୍ଣଚନ୍ଦ୍ର ସୁନ୍ଦରାୟ ବୋଲି ଜଣାପଡିଛି । ମୁଖୀଗୁଡା ଠାରୁ କଟକ ଯାଉଥିବା ସରକାରୀ ଯାତ୍ରୀବାହୀ ବସ ବାଲାଜୀ ମନ୍ଦିର ନିକଟରେ ବାଇକକୁ ଧକ୍କା ଦେଇଥିଲା ।

LEAVE A REPLY

Please enter your comment!
Please enter your name here