ଇମ୍ରାନଙ୍କୁ ହଟାଯିବା ପରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ହୋଇପାରନ୍ତି । ଆସନ୍ତାକାଲି ଭୋଟିଂ ହେବ । ଏହାପୂର୍ବରୁ ଇମ୍ରାନଙ୍କୁ ବଡ ବାର୍ତ୍ତା ଦେଇଛନ୍ତି ଶାହାବାଜ । ଆମେ କାହାରିଠାରୁ ପ୍ରତିଶୋଧ ନେବୁ ନାହିଁ । କାହା ପ୍ରତି ଅନ୍ୟାୟ କରିବୁ ନାହିଁ । କାହାରିକୁ ଜେଲରେ ରଖିବୁ ନାହିଁ । ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ଶାହାବାଜ ସରିଫ । ଶାହାବାଜ ସରିଫ ୨୦୧୮ ଅଗଷ୍ଟ ୧୩ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଅଛନ୍ତି । ସେ ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଭାଇ ହେଉଛନ୍ତି ଶାହାବାଜ ।

LEAVE A REPLY

Please enter your comment!
Please enter your name here